ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହାତୀ ସାଇକେଲ ହ୍ୟାଣ୍ଡେଲ୍ ଧରିବା ନେଇ ମିଳିଛି ସବୁଜ ସଙ୍କେତ। ଗେଷ୍ଟ୍ ହାଉସ୍ କାଣ୍ଡ ପରେ ୨୬ ବର୍ଷ ପରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ପରସ୍ପରର ହାତ ଧରି ଲୋକସଭା ନିର୍ବାଚନ ଲଢ଼ିବେ। ରାଜ୍ୟର ୮୦ ଲୋକସଭା ଆସନ ମଧ୍ୟରୁ ବିଏସ୍ପି ୩୬ ଏବଂ ଏସ୍ପି ୩୫ ଆସନରେ ନିର୍ବାଚନ ଲଢ଼ିବେ। ଅପରପକ୍ଷରେ ରାଷ୍ଟ୍ରୀୟ ଲୋକଦଳକୁ ୩ ଆସନ ଦିଆଯିବ ଏବଂ ୪ ଆସନ ରିଜର୍ଭ ରହିବ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ଆସନ ବଣ୍ଟା ଫର୍ମୂଲା ପ୍ରସ୍ତୁତ ହୋଇଛି।