ନୂଆଦିଲ୍ଲୀ: କରୋନା ପାଇଁ ବାଧାପ୍ରାପ୍ତ ହୋଇଥିବା ଶିକ୍ଷାକ୍ଷେତ୍ର ପାଇଁ ବଡ଼ ଘୋଷଣା ହେବାକୁ ଯାଉଛି । ଗୁରୁବାର (31 ଡିସେମ୍ୱର) ଦିନ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ନୂଆ ଆଶା ନେଇ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶଙ୍କ । ଏହି ଦିନ ସିବିଏସଆଇ ପରୀକ୍ଷା ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ନିଶଙ୍କ । ନିଜେ ମନ୍ତ୍ରୀ ଏହି ଟ୍ୱିଟର ପୃଷ୍ଠାରେ ଏହା ଜଣାଇଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଏହା ଘୋଷଣା କରିବା ପରେ ଅନ୍ୟ ରାଜ୍ୟ ସରକାରମାନେ ଏହାକୁ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି । (ସରସ ସମ୍ୱାଦ ସେବା)