ଅହମ୍ମଦାବାଦ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ରେ ନିର୍ବାଚନୀ ଶଙ୍ଖନାଦ କରିବାର କରିଛନ୍ତି ଯୋଜନା। ଗୁଜରାଟ ଅହମ୍ମଦାବାଦରେ ନିର୍ବାଚନୀ ସଭାରେ ମଙ୍ଗଳବାର ରାହୁଲ ଯୋଗଦେବେ। ଏଠାରେ ୫୮ ବର୍ଷ ପରେ କଂଗ୍ରେସ ସମିତି ବୈଠକ ଅନୁଷ୍ଠିତ ହେଉଛି। ୧୯୬୧ରେ ଶେଷ ଥର ପାଇଁ ଏଠାରେ କଂଗ୍ରେସ ବୈଠକ ହୋଇଥିଲା। ଏହି ବୈଠକରେ ପାଟିଦାର ନେତା ହାର୍ଦ୍ଦିକ୍ ପଟେଲ କଂଗ୍ରେସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ହାର୍ଦ୍ଦିକ୍ ଜାମ୍ନଗରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଗୁଜରାଟରେ ମୋଟ ୨୬ ଲୋକସଭା ଆସନ ରହିଛି।