sarasa.in
No Result
View All Result
No Result
View All Result
sarasa.in
No Result
View All Result
Home Breaking News କାହାଣୀ

ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା

ସାଧାରଣ ଟିକସଦାତାଙ୍କୁ ଆଶ୍ୱସ୍ତି

ସରସ ସମ୍ୱାଦ ସେବା by ସରସ ସମ୍ୱାଦ ସେବା
December 30, 2020
in କାହାଣୀ, ଚର୍ଚ୍ଚା, ନିର୍ବାଚନ, ଭାରତ, ସାଂପ୍ରତିକୀ
0
ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା
705
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ- ପୁଣି ଥରେ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଟିକସଦାତାଙ୍କ କ୍ଷେତ୍ରରେ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଆହୁରି ୧୦ ଦିନ ବୃଦ୍ଧି କରି ଏହାର ଶେଷ ତାରିଖ ଜାନୁଆରି ୧୦ ରଖା ଯାଇଛି । ଆଗରୁ ଏହା ଡିସେମ୍ବର ୩୧ ତାରିଖ ଥିଲା । ଆଗରୁ କେନ୍ଦ୍ର ସରକାର ଦୁଇ ଥର ଆଇଟି ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଥିଲେ ।

ସେହିପରି ଅଡିଟ ଯୁକ୍ତ ଆଇଟି ରିଟର୍ଣ୍ଣ ଦାଖଲ ସମୟ ଫେବ୍ରୁଆରି ୧୫ ତାରିଖ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାରଙ୍କ ଆୟକର ବିଭାଗ । ‘ବିବାଦ ସେ ବିଶ୍ୱାସ’ କ୍ଷେତ୍ରରେ ଆୟକର ଦାଖଲର ସମୟ ସୀମା ଜାନୁଆରି ୩୧ ଯାଏ ବୃଦ୍ଧି କରାଯାଇଛି । ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ରିଟର୍ଣ୍ଣ ତାରିଖକୁ କେନ୍ଦ୍ର ସରକାର ଫେବ୍ରୁଆରି ୧୫ ତାରିଖ ଯାଏ ବୃଦ୍ଧି କରିଥିବା ବେଳେ ସେଣ୍ଟ୍ରାଲ ଜିଏସ୍‌ଟି ରିଟର୍ଣ୍ଣର ଦାଖଲ ସମୟ ସୀମାକୁ ଫେବ୍ରୁଆରି ୨୮ ତାରିଖ ଯାଏ ବୃଦ୍ଧି କରାଯାଇଛି ।

କରୋନା ପରିସ୍ଥିତିକୁ ଦେଖି ଆଇଟି ରିଟର୍ଣ୍ଣର ସମୟ ସୀମା ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା । କରୋନା ପାଇଁ ଟିକସଦାତାମାନେ ଆଇଟି ରିଟର୍ଣ୍ଣରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଓ ଅଡିଟ ମଧ୍ୟ ହୋଇପାରିନଥିବା ଦର୍ଶାଇ ଡାଇରେକ୍‌ଟ ଟ୍ୟାକ୍‌ସ ପ୍ରଫେସ୍ନାଲ୍‌ସ ଆସୋସିଏସନ ମଧ୍ୟ ଏପରି ଦାବି କରିଥିଲା । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଆଇଟି ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି ।

ସରସ ସମ୍ୱାଦ ସେବା

ସରସ ସମ୍ୱାଦ ସେବା

Related Posts

ଓଡ଼ିଶା

ସଡ଼କ ସୁରକ୍ଷା: ଏଥର ସପ୍ତାହ ନୁହେଁ,ମାସେ ଚାଲିବ ସଚେତନତା, କାହିଁକି ଜାଣନ୍ତୁ କାରଣ

January 21, 2021
ଭାଇରାଲ୍ ହେଲା ନୟାଗଡ଼ ଭିଡିଓ
କାହାଣୀ

ଭାଇରାଲ୍ ହେଲା ନୟାଗଡ଼ ଭିଡିଓ

January 20, 2021
ଓଡ଼ିଶା

୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

December 30, 2020
sarasa.in

Copyright © 2019 sarasa.in.
All rights reserved.

  • ଆମେ କିଏ
  • ବିଜ୍ଞାପନ
  • ଜୀବନବୃତ୍ତି
  • ସଂପର୍କ
  • ଚାକିରି

ଆମେ ଏଠି ଅଛୁ

No Result
View All Result
  • ଭାରତ
  • ରାଜନୀତି
  • ଓଡ଼ିଶା
  • ସାଂପ୍ରତିକୀ
  • ଜାଣିବା ଜରୁରୀ
  • ଭାଇରାଲ୍
  • ଖେଳ
  • କାହାଣୀ
  • ଚର୍ଚ୍ଚା
  • ନିର୍ବାଚନ

Copyright © 2019 sarasa.in.
All rights reserved.

WhatsApp ହ୍ୱାଟ୍ସଆପରେ ପାଆନ୍ତୁ ସରସ ଖବର