ଚାକିରି

ବର୍ତ୍ତମାନ ନିମ୍ନଲିଖିତ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଉଛି ।

ସାମ୍ୱାଦିକ (ଶିକ୍ଷାନବୀଶ)

ସାମ୍ବାଦିକତା ଅଧ୍ୟୟନ କରୁଥିବା ୩ ଜଣ ପ୍ରାର୍ଥୀ/ପ୍ରାର୍ଥିନୀ ଯେଉଁମାନେ ସାମ୍ୱାଦିକତାରେ ଜୀବନ ଗଢ଼ିବାକୁ ଚାହାନ୍ତି । ରିପୋର୍ଟିଂ, ଫଟୋଗ୍ରାଫି ଓ ଡେସ୍କ କାର୍ଯ୍ୟ ସମେତ ସାମ୍ୱାଦିକତାର ବିଭିନ୍ନ ଦିଗକୁ ଜାଣିବାକୁ ପ୍ରବଳ ଆଗ୍ରହ ରହିଥିବ ଏବଂ ଓଡ଼ିଆରେ ଟାଇପ୍ କରିବାକୁ ସକ୍ଷମ ହୋଇଥିବେ । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ୱା ତଦୁର୍ଦ୍ଧ୍ୱ ।

ଅନୁବାଦକ

ଇଂରାଜୀ ଓ ହିନ୍ଦୀ ଭାଷାରୁ ଓଡ଼ିଆକୁ ଏବଂ ଓଡ଼ିଆରୁ ଇଂରାଜୀକୁ ବିଭିନ୍ନ ବିଷୟ ଅନୁବାଦ କରିବାର ଦକ୍ଷତା ଥିବ । ପ୍ରାର୍ଥୀ/ପ୍ରାର୍ଥିନୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ନ୍ୟସ୍ତ ବିଷୟକୁ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେଉଥିବା ଆବଶ୍ୟକ । ନିଜେ କମ୍ପ୍ୟୁଟରରେ ଟାଇପିଂ କରିବା ବାଞ୍ଛନୀୟ। ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ୱା ତଦୁର୍ଦ୍ଧ୍ୱ ।

ଡିଟିପି ଅପରେଟର୍

ପ୍ରାର୍ଥୀ/ପ୍ରାର୍ଥିନୀ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ନିର୍ଭୁଲ୍ ଟାଇପ୍ କରିବାକୁ ସକ୍ଷମ ହୋଇଥିବେ । ମିନିଟ୍ ପ୍ରତି ଟାଇପିଂ ସ୍ପିଡ୍ ଅନ୍ୟୂନ ୪୦ ଶବ୍ଦ ।

ଆତ୍ମ-ବିବରଣୀ ସହିତ ଯୋଗାଯୋଗ କରନ୍ତୁ: sarasamedia@gmail.com

WhatsApp ହ୍ୱାଟ୍ସଆପରେ ପାଆନ୍ତୁ ସରସ ଖବର