ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ସୈନ୍ୟ ବାହିନୀ ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଏ ନେଇ ଚରମପନ୍ଥୀ ନେତା ଫଜଲ-ଉର୍-ରହମାନଙ୍କ ସହ ଯୋଗାଯୋଗ କରାଯାଇଛି। ସେ ଅକ୍ଟୋବର ୨୭ ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁରେ ଆଜାଦି ମାର୍ଚ୍ଚ ଆରମ୍ଭ କରିବେ। କିଛିଦିନ ତଳେ ସୈନ୍ୟ ବାହିନୀ ମୁଖ୍ୟ କମର ଜାଭେଦ୍ ବାଜଓ୍ବା ପାକିସ୍ତାନର କିଛି ଶିଳ୍ପପତିଙ୍କ ସହିତ ଆର୍ଥିକ ସମସ୍ୟା ନେଇ ଆଲୋଚନା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ଙ୍କୁ କ୍ଷମତା ଚ୍ୟୁଚ କରିବା ପାଇଁ ଇମ୍ରାନ୍ ସୈନ୍ୟ ବାହିନୀ ଏବଂ ଚରମପନ୍ଥୀ ନେତାଙ୍କ ସହିତ ହାତ ମିଳାଇଥିଲେ। ଏବେ ତାଙ୍କ ନିଜ ପାଇଁ ଏହାର ପୁନରାବୃତ୍ତି ହେବାକୁ ଯାଉଥିବା କୁହାଯାଉଛି।